Author: TRUPTIMAYEE SAHOO

ବିହାର ବିଧାନସଭା ନିର୍ବାଚନ ଫଳାଫଳ ଏନଡିଏ ଶିବିରରେ ଯେତେ ଖୁସି ନେଇଆସିଛି, ସେଥିରୁ ଅଧିକ ଗର୍ବର ଅନୁଭବ ଆଣିଛି ଓଡ଼ିଶା ପାଇଁ- କାରଣ ଏହି ଜିତର ନାମୀ ନିର୍ମାତା ହେଲେ ଓଡ଼ିଆ ପୁଅ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଖଣ୍ଡ ବିଶ୍ୱାସକୁ ସେ ମାନ ରଖିଛନ୍ତି, କେବଳ ରଖିନାହାନ୍ତି, ବହୁ ଉପରକୁ ମଧ୍ୟ ନେଇଛନ୍ତି। ବିହାରରେ ବିଜେପି ଯେପରି ଆଶାଠୁ ବହୁ ଅଧିକ ସ୍ଥାନ ଦଖଲ କରିଛି, ତାହାର କ୍ରେଡିଟ୍ କେବଳ ନେତୃତ୍ୱକୁ ନୁହେଁ—ପରଦା ପଛରେ ରଣନୀତିରେ ବସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନାବଦ୍ଧ ରଣନୀତି ଏବଂ ସାଂଗଠନିକ ନେତୃତ୍ତ୍ୱକୁ ମଧ୍ୟ ଯାଉଛି। ଏକ ସମୟରେ ‘ଚାଣକ୍ୟ’ ପଦବୀ ବିଜେପିରେ ମାତ୍ର ଅମିତ ଶାହଙ୍କ ସହିତ ଜଡ଼ିତଥିବାବେଳେ, ଏବେ ଦଳଭିତରେ ଅନେକ ମୁଖରେ ଏହି କଥା ଶୁଣିବାକୁ ମିଳୁଛି—“ପାର୍ଟିର ନୂଆ ଚାଣକ୍ୟ ହେଲେ ଧର୍ମେନ୍ଦ୍ର।” ଓଡ଼ିଆ ପୁଅଙ୍କ ଉପରେ ଯେଉଁ ଅଖଣ୍ଡ ବିଶ୍ୱାସ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More