Author: Anasuya Das

Highway:ଅନୁଗୁଳ-ସମ୍ବଲପୁର ମଧ୍ୟରେ ୧୫୦ କିଲୋମିଟର ରାସ୍ତା ଶେଷ ହୋଇ ଏବେ କାର୍ଯ୍ୟକ୍ଷମ ହୋଇଛି। କଟକ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଆସନ୍ତା ଏପ୍ରିଲ ସୁଦ୍ଧା ଶେଷ ହେବ। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକସଭାରେ ଘୋଷଣା କରିଛନ୍ତି ଯେ ୫୫ ନମ୍ବର ଜାତୀୟ ରାଜପଥ (ଜାତୀୟ ରାଜପଥ-୫୫)ର ସଂପ୍ରସାରଣ କଟକ-ଅନୁଗୁଳ ମଧ୍ୟରେ ୧୧୨ କିଲୋମିଟର ଦୂରତା ବିଶିଷ୍ଟ ୪ ଲେନ୍ ରାସ୍ତାରେ ପରିଣତ ହେବ। ଅନୁଗୁଳ-ସମ୍ବଲପୁର ମଧ୍ୟରେ ୧୫୦ କିଲୋମିଟର ରାସ୍ତା ଶେଷ ହୋଇ ଏବେ କାର୍ଯ୍ୟକ୍ଷମ ହୋଇଛି। କଟକ ଓ ସମ୍ବଲପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୫୫ ସେକ୍ସନ କଟକରୁ ଢେଙ୍କାନାଳ (ପ୍ୟାକେଜ୍-୧), ଢେଙ୍କାନାଳରୁ ଅନୁଗୁଳ (ପ୍ୟାକେଜ୍-୨) ଓ ଅନୁଗୁଳରୁ ସମ୍ବଲପୁର (ପ୍ୟାକେଜ୍-୩)ରେ କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପ ବିଳମ୍ବ ଏବଂ ଆହ୍ୱାନ କଟକ-ସମ୍ବଲପୁର ଚାରି ଲେନ୍ ବିଶିଷ୍ଟ ଏହି ପ୍ରକଳ୍ପ…

Read More