Author: TRUPTIMAYEE SAHOO

ବିରୋଧୀ ଦଳରେ ଥିବାବେଳେ ବିଜେପି ତତ୍‍କାଳୀନ ବିଜେଡି ସରକାର ବିରୋଧରେ ‘ମେଗା ସ୍କାମ’ର ଅଭିଯୋଗ ଆଣିଥିଲା। ବିଜେପି ଏବେ ସରକାରକୁ ଆସିବାର ୧୮ ମାସ ପରେ ନିଜର ଆଭିମୁଖ୍ୟ ବଦଳାଇ ଦେଇଛି। ପୂର୍ବ ବିଜେଡି ସରକାର ଅମଳରେ ହୋଇଥିବା ବିଭିନ୍ନ ପ୍ରକାରର ଅନିୟମିତତାକୁ କ୍ଲିନଚିଟ୍ ଦେଇ ପାଣ୍ଡିଆନପନ୍ଥୀ ଅଫିସରମାନଙ୍କୁ ସୁରକ୍ଷା ଦେଇଛି ବୋଲି ଅଭିଯୋଗ ହେଉଛି। ‘ମେଗା ସ୍କାମ’ ଅଭିଯୋଗକୁ ‘କ୍ଲନଚିଟ୍‌’ ଦେବାକୁ ବର୍ତ୍ତମାନର ବିଜେପି ସରକାର କେଉଁ ଆଧାରରେ ନିର୍ଦ୍ଧାରଣ କଲେ ତାହା ସନ୍ଦେହ ସୃଷ୍ଟି କରିଛି। କୋଭିଡ୍ ମହାମାରୀ ସମୟରେ ଓଡ଼ିଶା ରାଜ୍ୟ ଔଷଧ ନିଗମରେ କୌଣସି ପ୍ରକାରର ଅନିୟମିତତା କିମ୍ବା ଆଖିବୁଜା ଦୁର୍ନୀତି ଘଟିଥିବା  ଅଭିଯୋଗ ମିଳିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ କହିଛନ୍ତି । ତେଣୁ ଏବେ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କେଉଁ ଦଳର ?  ବିଜେପିର ନା ବିଜେଡିର। କାରଣ ସେ ଅଫିସରଙ୍କ କଥାରେ ପୋଷା ଶୁଆ ଭଳି କଥା କହି…

Read More