Author: TRUPTIMAYEE SAHOO

ପଶ୍ଚିମ ଏସିଆର ମଧ୍ୟପ୍ରାଚ୍ୟରେ ଚାଲିଥିବା ତୀବ୍ର ଯୁଦ୍ଧ ଏବେ ବିଶ୍ୱ ଅର୍ଥନୀତି ପାଇଁ ଏକ ଭୟଙ୍କର ସଙ୍କଟ ସୃଷ୍ଟି କରିଛି। ବିଶ୍ୱର ସର୍ବାଧିକ ତୈଳ ରପ୍ତାନିକାରୀ ରାଷ୍ଟ୍ର ସାଉଦି ଆରବ ଏବଂ ଉପସାଗରୀୟ ଦେଶଗୁଡ଼ିକ ଏହି ସଂଘର୍ଷର ସିଧାସଳଖ ଶିକାର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଯୋଗାଣ ପ୍ରକ୍ରିୟା ଚରମ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ଷ୍ଟ୍ରେଟ୍ ଅଫ୍ ହୋରମୁଜ୍’ ବନ୍ଦ ରହିବା ଏବଂ ଅନ୍ୟପଟେ ସାଉଦି ଆରବର ବିକଳ୍ପ ‘ଇଷ୍ଟ-ୱେଷ୍ଟ୍ ପାଇପ୍‌ଲାଇନ୍’ ଉପରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ତୈଳ ରପ୍ତାନି ଠପ୍ ହୋଇଯାଇଛି। ଏହା ଉପରେ ଆମେରିକା ପକ୍ଷରୁ ପ୍ରସ୍ତାବିତ କଠୋର ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ଆକ୍ଟ’ ଲାଗୁ ହେବାର ଆଶଙ୍କା ଯୋଗୁଁ ବିଶ୍ୱବ୍ୟାପୀ ଦୈନିକ ପ୍ରାୟ ୧ କୋଟି ୭୦ ଲକ୍ଷ ବ୍ୟାରେଲ୍ ତୈଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ନିଜ ଆବଶ୍ୟକତାର ୮୫%ରୁ ଅଧିକ…

Read More