Author: TRUPTIMAYEE SAHOO

ଜଣେ ଦାୟିତ୍ୱବାନ ପଡ଼ୋଶୀ ଏବଂ ବିଶ୍ୱବନ୍ଧୁ ଭାବେ ନିଜର କର୍ତ୍ତବ୍ୟ ନିର୍ବାହ କରି ଭାରତ ପୁଣି ଥରେ ସଙ୍କଟଗ୍ରସ୍ତ ଆଫଗାନିସ୍ତାନବାସୀଙ୍କ ସହାୟତା ପାଇଁ ଆଗେଇ ଆସିଛି। ରାଜଧାନୀ କାବୁଲସ୍ଥିତ ଏକ ପ୍ରମୁଖ ସରକାରୀ ଡାକ୍ତରଖାନା ପାଇଁ ଭାରତ ସରକାର ଜୀବନରକ୍ଷାକାରୀ ଔଷଧ ଏବଂ ଜରୁରୀ ଚିକିତ୍ସା ସାମଗ୍ରୀର ଏକ ବଡ଼ ଖେପ୍ ପଠାଇଛନ୍ତି। ଆଫଗାନିସ୍ତାନରେ ଦୀର୍ଘ ଦିନ ଧରି ଲାଗି ରହିଥିବା ମାନବୀୟ ସଙ୍କଟ ମଧ୍ୟରେ ସେଠାକାର ଭୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟସେବାକୁ ସମ୍ଭାଳିବା ଏବଂ ସାଧାରଣ ନାଗରିକଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଭାରତ ନିରନ୍ତର ଏହି ମାନବୀୟ ସହାୟତା ଯୋଗାଇ ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ର ମୁଖପାତ୍ର ରଣଧୀର ଜୟସ୍ୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏହି ସୂଚନା ଦେଇ କହିଛନ୍ତି ଯେ, ଆଫଗାନ ଲୋକଙ୍କ କଲ୍ୟାଣ ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟତା ଭାରତର ମାନବୀୟ ପ୍ରତିବଦ୍ଧତାର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। କାବୁଲରେ ପହଞ୍ଚିଲା ଜରୁରୀ ସାମଗ୍ରୀ…

Read More