Author: TRUPTIMAYEE SAHOO

ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂତନ ଏବଂ ଐତିହାସିକ ଯୁଗର ପ୍ରାରମ୍ଭ ହୋଇସାରିଛି। ଘରୋଇ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ବେସରକାରୀ ରକେଟ୍ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ କରି ହାଇଦ୍ରାବାଦର ଷ୍ଟାର୍ଟଅପ୍ କମ୍ପାନୀ ‘ସ୍କାଏରୁଟ୍ ଏରୋସ୍ପେସ୍’ ବିଶ୍ୱ ମହାକାଶ ଇତିହାସରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ମାତ୍ର ଏହି ଯାତ୍ରା କେବଳ ଗୋଟିଏ କମ୍ପାନୀ ମଧ୍ୟରେ ସୀମିତ ନାହିଁ। ସ୍କାଏରୁଟ୍‌ର ଏହି ଅଦ୍ଭୁତପୂର୍ବ ସଫଳତା ପଛେ ପଛେ ଏବେ ଭାରତର ଅନ୍ୟାନ୍ୟ ପ୍ରମୁଖ ବେସରକାରୀ ସ୍ପେସ୍ ଷ୍ଟାର୍ଟଅପ୍ ଗୁଡ଼ିକ ନିଜର ଅତ୍ୟାଧୁନିକ ରକେଟ୍ ଓ ଉପଗ୍ରହ ପ୍ରଯୁକ୍ତିବିଦ୍ୟା ସହ ମହାକାଶକୁ ଦଖଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି। ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟିକ ମହାକାଶ ବଜାରରେ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକର ବଡ଼ ଦପ୍‌ଦବା ଦେଖିବାକୁ ମିଳିବ, ଯାହା ଦେଶକୁ ଏକ ନୂଆ ଦିଶା ଦେଖାଇବ। ଆଗ୍ନିକୁଲ୍ କସମୋସ୍: ୩-ଡି ପ୍ରିଣ୍ଟେଡ୍ ଟେକ୍ନୋଲୋଜିର ମହାରଥୀ ସ୍କାଏରୁଟ୍ ବ୍ୟତୀତ ଯେଉଁ ଘରୋଇ…

Read More