Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ କେତେକ ଚିତ୍ର ଶବ୍ଦଠାରୁ ଅଧିକ କଥା କହିଦିଏ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଚାମ୍ବରରୁ ସାମ୍ନାକୁ ଆସିଥିବା ସେହି ଫଟୋ ମଧ୍ୟ ତାହାର ଉତ୍କୃଷ୍ଟ ଉଦାହରଣ। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଏକାଠି ବସିଛନ୍ତି—ସେହି ଦୃଶ୍ୟ କେବଳ ଏକ ସାମାଜିକ ମିଳନ ନୁହେଁ ବରଂ ଏକ ଗଭୀର ରାଜନୈତିକ ସନ୍ଦେଶ। ଆଜିର ପ୍ରସଙ୍ଗ ବଢ଼ୁଛନ୍ତି ପ୍ରିୟଙ୍କା, ଖସୁଛନ୍ତି ରାହୁଲ। ଏହି ଚିତ୍ର ଆସିବା ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସଂସଦର ଶୀତକାଳୀନ ଅଧିବେଶନ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ବିତର୍କ, ହଟ୍ଟଗୋଳ ଓ ପ୍ରତିବାଦ ମଧ୍ୟରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଛି। ଏମିତି ପରିବେଶରେ ବିରୋଧୀ ଦଳର ଏକ ନେତ୍ରୀ ଶାସକ ଦଳର ସର୍ବୋଚ୍ଚ ନେତୃତ୍ୱ ସହ ଏକ ଟେବୁଲ୍‌ରେ ବସି ଚା ପିଉଛନ୍ତି—ଏହା ସାଧାରଣ…

Read More