Author: TRUPTIMAYEE SAHOO

ଓଡ଼ିଆ ସାହିତ୍ୟର ବରେଣ୍ୟ କବି ଜଗନ୍ନାଥ ମହାନ୍ତିଙ୍କ କାଳଜୟୀ କବିତା ‘ତୁମ ପରି ଛୋଟ ପିଲାଟିଏ’ର ସେହି ପଦଟି ‘ଏତେ ସରି ତତେ କିଏ କଲା’ ଆଜି ରାଜ୍ୟର ଶାସକ ଦଳ ଓ ସରକାର ପାଇଁ ବେଶ୍ ପ୍ରାସଙ୍ଗିକ ମନେହେଉଛି। କବିତାରେ ଜଣେ ଶିଶୁର ସରଳତା ଓ ଶିକ୍ଷା ଗ୍ରହଣର ଅଭିଳାଷ ଥାଏ, କିନ୍ତୁ ଆଜିର ରାଜନୈତିକ ପ୍ରେକ୍ଷାପଟରେ ଏହି ‘ଛୋଟ ପିଲା’ ଶବ୍ଦଟି ଶାସକ ଦଳର ଅପରିପକ୍ୱତା ଓ ଅନଭିଜ୍ଞତାକୁ ହିଁ ଦର୍ଶାଉଛି। କ୍ଷମତାକୁ ଆସିବାର ୧୮ ମାସ ବିତିଯାଇଥିଲେ ମଧ୍ୟ, ସରକାର ଯେଉଁଭଳି ଭାବେ ନିଷ୍ପତ୍ତି ନେଉଛନ୍ତି ଓ ପୁଣି ସେଥିରୁ ଓହରି ଯାଉଛନ୍ତି, ତାହା ଦର୍ଶାଉଛି ଯେ ସରକାର ଏବେ ବି ଅବୋଧ ବାଳକ ଅବସ୍ଥାରେ ଅଛନ୍ତି। ୧୮ ମାସର ଶାସନ ଓ ବିଫଳତାର ଚିତ୍ର ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ଜନସାଧାରଣଙ୍କ ମନରେ ଅନେକ ଆଶା ଓ ବିଶ୍ୱାସ ଥିଲା। କିନ୍ତୁ ୧୮ ମାସର…

Read More