Author: TRUPTIMAYEE SAHOO

X ବର୍ତ୍ତମାନ ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ବହୁଳ ଭାବରେ ବ୍ୟବହୃତ ସୋସିଆଲ ମିଡିଆ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମରେ ଅନେକ ଖବର ଭାଇରାଲ ହୁଏ । ବିଶ୍ୱର ଅଧିକାଂଶ ସେଲିବ୍ରିଟି X ରେ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ Xରେ ସର୍ବାଧିକ ଫଲୋଅର୍ସ ଥିବା ରାଜନେତାଙ୍କ ମଧ୍ୟରୁ ଜଣେ । ତାଙ୍କ ପୋଷ୍ଟରେ ଲାଇକ୍ ସଂଖ୍ୟା ତାଙ୍କ ଲୋକପ୍ରିୟତାର ମାପକାଠି । ପ୍ରଧାନମନ୍ତ୍ରୀ ମୋଦୀ ସମ୍ପ୍ରତି ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗୀତା ଉପହାର ଦେଉଥିବାର ଏକ ଫଟୋକୁ ବିପୁଳ ସଂଖ୍ୟକ ଲାଇକ୍ ମିଳିଛି । ଗତ ମାସରେ Narendra Modi X ରେ ସର୍ବାଧିକ ଲାଇକ୍ ପୋଷ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ୩୦ ଦିନରେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ଲାଇକ୍ ହୋଇଥିବା ୧୦ ପୋଷ୍ଟ ମଧ୍ୟରୁ ଆଠଟି PM Narendra Modi ଙ୍କ ଦ୍ୱାରା କରାଯାଇଥିଲା। ଏହା ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାର…

Read More