Author: TRUPTIMAYEE SAHOO

ଦିଲ୍ଲୀ ହାଇକୋର୍ଟ ଛାଡ଼ପତ୍ର ଦେବା ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଆପୋସ ସହମତିରେ ଛାଡ଼ପତ୍ର ଦେବାକୁ ଚାହୁଁଥିବା ପତି-ପତ୍ନୀଙ୍କ ପାଇଁ ଗୋଟିଏ ବର୍ଷ ଅଲଗା ରହିବାର ସର୍ତ୍ତ ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି ଯେ, ହିନ୍ଦୁ ବିବାହ ଆଇନ୍‌‌ (ଏଚ୍‌‌ଏମ୍‌‌ଏ), ୧୯୫୫ ଅନୁଯାୟୀ ଲାଗୁ ହୋଇଥିବା ଏହି ସର୍ତ୍ତକୁ କେତୋଟି ଉଚିତ ମାମଲାରେ ଛାଡ଼ କରାଯାଇପାରିବ। ଏପରିସ୍ଥିତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିବା ପରିବର୍ତ୍ତେ, ସେମାନଙ୍କୁ ଏକ ଅବିଶ୍ୱସ୍ତ ସମ୍ପର୍କରେ ଫସାଇ ରଖିବା ଭୁଲ ହେବ ଓ ଏହା ଉଭୟଙ୍କ ପାଇଁ ଅନାବଶ୍ୟକ ମାନସିକ ଓ ଭାବନାତ୍ମକ ଚାପ ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି। ଆଇନ୍‌‌ ଅନୁଯାୟୀ ପରସ୍ପର ସମ୍ମତିରେ ଛାଡ଼ପତ୍ର ଦେବା ପାଇଁ ଆବେଦନ ଦାଖଲ କରିବାର ସମୟସୀମା ସମ୍ପର୍କରେ ମାର୍ଗଦର୍ଶନ ପାଇଁ ଏକ ଡିଭିଜନ ବେଞ୍ଚ୍‌‌ ଦେଇଥିବା ଏକ ରାୟର ଜବାବରେ…

Read More