Author: TRUPTIMAYEE SAHOO

ଘରୋଇ ବଜାରରେ ହୁ ହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର। ରକେଟ୍‌ ବଳି ବଢ଼ୁଛି ଏହି ଉଭୟ ଧାତୁର ଦର। ଇତିମଧ୍ୟରେ ରୁପା ଦର ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ କିଲୋଗ୍ରାମ ପିଛା ୨.୨୪ ଲକ୍ଷ ଟଙ୍କାର ରେକର୍ଡ ସ୍ତର ଅତିକ୍ରମ କରିଛି । ହେଲେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଧାରା ଆଗକୁ ଥମିବାର ନା ଧରୁନାହିଁ । ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆଗମୀ ଦିନରେ ସୁନା ରୁପା ଓ ମୂଲ୍ୟ ଆହୁରି ବଢିବ । ଚଳିତବର୍ଷ ଘରୋଇ ବଜାରରେ ସୁନାର ମୂଲ୍ୟ ୬୦%ରୁ ଅଧିକ ଅର୍ଥାତ୍‌ ୬୫ ହଜାର ଟଙ୍କା ମହଙ୍ଗା ହୋଇଛି । ଆଗାମୀ ବର୍ଷ ପାଇଁ ଆହୁରି ବୃଦ୍ଧିର ପୂର୍ବାନୁମାନ କରାଯାଇଛି । କାରଣ ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଆକଳନ କରିଛି ଯେ ସୁନାର ମୂଲ୍ୟ ୨୦୨୬ରେ ବର୍ତ୍ତମାନର ସ୍ତରଠାରୁ ପାଖାପାଖି ୩୯ରୁ ୪୦% ବୃଦ୍ଧି ପାଇପାରେ…

Read More