Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗ ମେ ୩୦ ରୁ ଜୁନ୍ ୩ ପର୍ଯ୍ୟନ୍ତ ଭାରତ ଗସ୍ତରେ ଅଛନ୍ତି । ଶନିବାର ବୋଧଗୟାରୁ ଆରମ୍ଭ ହୋଇଛି ତାଙ୍କର ଭାରତ ଗସ୍ତ । ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ସେୟାର କରାଯାଇଥିବା ସୂଚନା ଅନୁଯାୟୀ, ତାଙ୍କ ଗସ୍ତ ସମୟରେ, ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଜୁନ୍ ୧ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ, ଏହା ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଭାରତ ଗସ୍ତ । ବିରୋଧୀ ଦଳ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କୁ ‘ଆତଙ୍କବାଦୀ ସାମରିକ ନେତା’ ବୋଲି ଲେବଲ୍ କରିଛି ଏହି ଗସ୍ତକୁ ବିରୋଧ କରି, ବିରୋଧୀ ଦଳର ଜାତୀୟ ଏକତା ସରକାର (NUG)…

Read More