Author: TRUPTIMAYEE SAHOO

ଯଦି ବର୍ତ୍ତମାନ ପଶ୍ଚିମବଙ୍ଗରେ ରହୁଥିବା ଅବୈଧ ବାଂଲାଦେଶୀମାନେ ସ୍ୱେଚ୍ଛାକୃତ ଭାବରେ ଫେରିବାକୁ ପସନ୍ଦ କରନ୍ତି, ତେବେ ବଙ୍ଗ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ କରିବ ନାହିଁ । ଗୁରୁବାର ଗାନ୍ଧୀନଗରରେ ଭାଷଣ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ‘ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପଛ କଥା, ପ୍ରଥମେ ସରକାର ପ୍ରକୃତରେ ଏପରି ଅବୈଧ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ସ୍ୱଦେଶ ଫେରାଇବାରେ ସହାୟତା କରିବ।’ ‘ଯେଉଁମାନେ ଅବୈଧ ସେମାନେ ନିଜେ ଚାଲିଯିବା ଟା ଠିକ୍’ କେନ୍ଦ୍ର ଗୃହମନ୍ତ୍ରୀ ଦେଶରୁ ଅବୈଧ ଅନୁପ୍ରବେଶକାରୀଙ୍କୁ ‘ପତ୍ତାପନ, ଅଟକ ଏବଂ ନିର୍ବାସନ’ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଅମିତ ଶାହ ମନ୍ତବ୍ୟ ଦେଇଥିଲେ, “ଆଜି ଖବରକାଗଜଗୁଡ଼ିକ ରିପୋର୍ଟ କରୁଛନ୍ତି ଯେ ,ଅବୈଧ ଅନୁପ୍ରବେଶକାରୀମାନେ ନିଜେ ଫେରୁଛନ୍ତି । ବଙ୍ଗ ସରକାର ଅଟକ କେନ୍ଦ୍ର ସ୍ଥାପନ କରିଛନ୍ତି…” “…ତଥାପି, ଆମେ ସମସ୍ତେ ଆଶା କରୁଛୁ ଯେ ଅବୈଧ ଭାବରେ ପ୍ରବେଶ…

Read More