Author: TRUPTIMAYEE SAHOO

ଯେଉଁ ରାଜ୍ୟରେ ବର୍ଷ ବର୍ଷ ଧରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହୋଇପାରୁନାହିଁ, ଯେଉଁଠି ଛାତ୍ର ରାଜନୀତିକୁ ଭୟ, ଶଙ୍କା ଓ ପ୍ରଶାସନିକ ଅସୁବିଧାର ନାମରେ ପ୍ରାୟ ନିଷିଦ୍ଧ କରିଦିଆଯାଇଛି, ସେଇ ରାଜ୍ୟରେ ସ୍କୁଲ ଓ କଲେଜରେ “ନିର୍ବାଚନ ସାକ୍ଷରତା କ୍ଲବ” ଖୋଲିବା ଘୋଷଣା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେଲେ ମଧ୍ୟ, ଏହା ଅନେକ ଗୁରୁତର ପ୍ରଶ୍ନ ଉଠାଏ। ଲୋକତନ୍ତ୍ର କ’ଣ କେବଳ ପୁସ୍ତକରେ ପଢ଼ାଯାଉଥିବା ଏକ ଧାରଣା? ନା ଏହା ଜୀବନରେ ଅନୁଭୂତ ହେବାକୁ ପଡ଼ୁଥିବା ଏକ ପ୍ରକ୍ରିୟା? ଯଦି ଲୋକତନ୍ତ୍ର ଶିଖାଯିବାର ବିଷୟ, ତେବେ ସେ ଶିକ୍ଷା କେବଳ ମକ୍ ଭୋଟିଂ, ପୋଷ୍ଟର୍ ତିଆରି ଓ କୁଇଜ୍ ପ୍ରତିଯୋଗିତାରେ ସୀମିତ ରହିପାରିବ କି? ଛାତ୍ର ସଂସଦ ବନ୍ଦ, ନିର୍ବାଚନ ଶିକ୍ଷା ଚାଲୁ: ଏକ ବିରୋଧାଭାସ ଓଡ଼ିଶାରେ ଗତ ଦଶକ ଧରି ପ୍ରାୟ ସମସ୍ତ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ।…

Read More