Author: TRUPTIMAYEE SAHOO

ନାବାଳିକାଙ୍କ ଉପରେ ଦୁଷ୍କର୍ମ; ଏହା କେବଳ ଗୋଟିଏ ଅପରାଧ ନୁହେଁ। ଏହା ଗୋଟିଏ ସମାଜର ନୈତିକ ଦର୍ପଣକୁ ଭାଙ୍ଗି ଦେଇଥିବା ଘଟଣା। ଏହା ଆଇନର ନିରବତା, ପ୍ରଶାସନର ବିଫଳତା ଓ ସମାଜର ସାମୁହିକ ଅସମ୍ବେଦନଶୀଳତାର ଏକ ନଗ୍ନ ଦଲିଲ। ସେହିପରି ଏକ ମାମଲାରେ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଓ ପୀଡ଼ିତା ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ଆଦାଲତଙ୍କ ନିର୍ଦ୍ଦେଶ- ସମଗ୍ର ରାଜ୍ୟ ଓ ଦେଶର ଅନ୍ତଃକରଣକୁ ଲଙ୍ଗଳା କରିଦେଇଛି। କିନ୍ତୁ ଏଠି ପ୍ରଶ୍ନ ଉଠେ- 👉 ଏହା କ’ଣ ଶେଷ ନ୍ୟାୟ? 👉 ନା କେବଳ ଏକ ଦୃଶ୍ୟମାନ ଦଣ୍ଡ, ଯାହା ମୂଳ ସମସ୍ୟାକୁ ଛୁଁଇବାକୁ ଅସମର୍ଥ? ଫାଶୀ: ଆଇନର ସବୁଠୁ କଠୋର ମୁହୂର୍ତ୍ତ ଭାରତୀୟ ଆଇନ ବ୍ୟବସ୍ଥାରେ ଫାଶୀ ଦଣ୍ଡ ସାଧାରଣ ନୁହେଁ। ଏହା ଦିଆଯାଏ “ରେୟାରେଷ୍ଟ ଅଫ୍ ରେୟାର୍” ମାମଲାରେ- ଯେଉଁଠି ଅପରାଧ ଏତେ ଭୟଙ୍କର ଯେ, ସମାଜର ନୈତିକ…

Read More