Author: TRUPTIMAYEE SAHOO

ଦିନ ଥିଲା, ବିଜୁ ଜନତା ଦଳରେ “ଯାଜପୁର” କହିଲେ ମାନେ ପ୍ରଣବ ପ୍ରକାଶ ଦାସ—ଓରଫ ବବିଙ୍କୁ ହିଁ ବୁଝାଉଥିଲା। ଦଳର ବରିଷ୍ଠ ନେତା ହେଉନ୍ତୁ କି କନିଷ୍ଠ କର୍ମୀ, ସମସ୍ତଙ୍କ ନଜର ବବିଙ୍କ ଉପରେ ଥିଲା। ଟିକଟ ମିଳିବ କି ନାହିଁ, ପଦ ମିଳିବ କି ନାହିଁ, ସଂଗଠନରେ ରହିବେ କି ବାହାରେ—ଏସବୁ ନିଷ୍ପତ୍ତିରେ ବବିଙ୍କ ଭୂମିକା ଅନିବାର୍ଯ୍ୟ ବୋଲି କୁହାଯାଉଥିଲା। ଦଳ ଭିତରେ ଏକ ଅଲିଖିତ ସତ୍ୟ ଥିଲା—“ବବିଙ୍କ ମନ ଜିତିଲେ ରାଜନୀତି ଚାଲିବ।” ଓଡ଼ିଶା ରାଜନୀତିରେ ‘ଯାଜପୁର’ ସବୁବେଳେ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ଆଉ ଏହି କେନ୍ଦ୍ରବିନ୍ଦୁର ସାରଥି ଭାବେ ଉଭା ହୋଇଥିଲେ ପ୍ରଣବ ପ୍ରକାଶ ଦାସ ଓରଫ୍ ‘ବବି’। ଦିନ ଥିଲା, ନବୀନ ନିବାସର ସବୁଠୁ ବିଶ୍ୱସ୍ତ ଏବଂ ଦଳର ସାଂଗଠନିକ ସମ୍ପାଦକ ଭାବେ ବବିଙ୍କ ଗୋଟି ଚାଳନାରେ ବଡ଼ ବଡ଼ ନେତା ନତମସ୍ତକ ହେଉଥିଲେ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡିର…

Read More