Author: TRUPTIMAYEE SAHOO

କୌଣସି ରାଜ୍ୟର ସଭ୍ୟତା ଓ ଦାୟିତ୍ୱବୋଧକୁ ମାପିବାର ସବୁଠୁ ବଡ଼ ମାପଦଣ୍ଡ ହେଉଛି—ସେ ରାଜ୍ୟ ତା’ର ରୋଗୀଙ୍କ ସହ କିପରି ବ୍ୟବହାର କରେ। ରାସ୍ତା, ସେତୁ, ଆଇଟି ପାର୍କ, ନିବେଶ ସମ୍ମେଳନ ଯେତେ ଆକର୍ଷଣୀୟ ହେଉନାହିଁ କାହିଁକି, ଯଦି ଗୁରୁତର ରୋଗୀ ଡାକ୍ତର ଅପେକ୍ଷାରେ ହସ୍ପିଟାଲ କରିଡୋରରେ ବସି ରହୁଛନ୍ତି—ସେଠାରେ ଶାସନର ସମସ୍ତ ଦାବି ଫିକା ପଡ଼ିଯାଏ। ଆଜି ଓଡ଼ିଶାର ସ୍ୱାସ୍ଥ୍ୟସେବା ଏମିତି ଏକ ସଙ୍କଟ ସମୟ ମଧ୍ୟରେ ଅଛି, ଯେଉଁଠି ରୋଗୀ, ଡାକ୍ତର ଓ ସରକାର- ତିନିଟି ଭୂମିକା ମୁହଁମୁହଁ ହୋଇଯାଇଛି। ଡିସେମ୍ବର ୨୬ ତାରିଖରୁ ରାଜ୍ୟର ଡାକ୍ତରମାନେ ଓପିଡି ସମୟରେ ପ୍ରଥମେ ୧ ଘଣ୍ଟା, ଏବେ ୨ ଘଣ୍ଟା ଧରି କାର୍ଯ୍ୟବିରତି କରୁଛନ୍ତି। ଏହି ଧର୍ମଘଟ ଆଇନସମ୍ମତ କି ନୁହେଁ; ସେ ପ୍ରଶ୍ନ ଆଲଗା। କିନ୍ତୁ ଏହାର ସର୍ବାଧିକ ମୂଲ୍ୟ ଦେଉଛନ୍ତି ସାଧାରଣ ରୋଗୀ। ଧର୍ମଘଟ ଓ ହସ୍ପିଟାଲ କରିଡରର ସତ୍ୟ ସରକାରୀ ଡାକ୍ତରମାନଙ୍କ ଧର୍ମଘଟର…

Read More