Author: TRUPTIMAYEE SAHOO

ରାଜ୍ୟର ବହୁଚର୍ଚ୍ଚିତ ପୋଲିସ ସବ୍–ଇନ୍ସପେକ୍ଟର (SI) ନିଯୁକ୍ତି ମହାଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ୬୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଗୋଟିଏ ଆଇନଗତ ଦଲିଲ ମାତ୍ର ନୁହେଁ। ଏହା ହେଉଛି ଓଡ଼ିଶାର ସମଗ୍ର ନିଯୁକ୍ତି ପ୍ରଣାଳୀ, ପରୀକ୍ଷା ପରିଚାଳନା ବ୍ୟବସ୍ଥା ଓ ପୋଲିସ ପ୍ରଶାସନର ନୀତିଗତ ଭିତ୍ତି ଉପରେ ଏକ ଭୟଙ୍କର ପ୍ରଶ୍ନଚିହ୍ନ। ୧୬ ଜଣ ଅଭିଯୁକ୍ତ, ୧୨୦ ଜଣ ସାକ୍ଷୀ, ୧୭୧ଟି ପ୍ରମାଣ- ସଂଖ୍ୟା ଦେଖିଲେ ଲାଗେ ଏହା ଏକ ସଂଗଠିତ ଓ ଦୀର୍ଘ ସମୟ ଧରି ଚାଲିଥିବା ଅପରାଧ। କିନ୍ତୁ ଏହି ଚାର୍ଜସିଟ୍‌ର ଗୁରୁତ୍ୱ କେବଳ ଏହି ସଂଖ୍ୟାରେ ସୀମିତ ନୁହେଁ। ଏହାର ମୂଳ ଗୁରୁତ୍ୱ ଏଠାରେ- ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଭୂମିକା, ଦାୟିତ୍ୱ ଓ ନିରବତା। ଏହି ଚାର୍ଜସିଟ୍ ଆମକୁ ବାଧ୍ୟ କରୁଛି ଏକ କଠୋର ପ୍ରଶ୍ନ ପଚାରିବାକୁ- ଏସଆଇ ପରୀକ୍ଷା କେବଳ ଦଲାଲ ଓ ଠକେଇବାଲାଙ୍କ ଦ୍ୱାରା ଦୂଷିତ ହେଲା, ନା ଏହା ଏକ…

Read More