Author: TRUPTIMAYEE SAHOO

ରାଜ୍ୟରେ ବଢ଼ୁଥିବା ବାୟୁ ପ୍ରଦୂଷଣ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଶେଷକରି ରାଜଧାନୀରେ ବଢ଼ୁଥିବା ଜନସଂଖ୍ୟା, ଯାନବାହାନ ଏବଂ ନିର୍ମାଣକାର୍ଯ୍ୟ ଏବେ ବାୟୁ ମଣ୍ଡଳରେ ପିଏମ୍‍୧୦ ଏବଂ ୨.୫ ଧୂଳିକଣାର ପରିମାଣ ବଢ଼ାଉଛି। ଏପରି ଧୂଳିକଣା ଶ୍ୱାସଜନିତ ସମସ୍ୟା ସୃଷ୍ଟିର ମୁଖ୍ୟ କାରଣ ହୋଇଛି। ଏହାକୁ ଆଖିରେ ରଖି ରାଜ୍ୟ ସରକାର ସତର୍କ ହୋଇଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଟ୍ୱିନ୍‍ ସିଟିରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍‍ ୧୦ ବିନ୍ଦୁରେ ନିୟନ୍ତ୍ରଣ ପଦକ୍ଷେପକୁ ବିସ୍ତାର କରିଛି। ୧. ଏହି କ୍ରମରେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଜଳ ସିଞ୍ଚନକୁ ଗୁରୁତ୍ୱ ଦିଆଯାଇଛି:  ଲିଙ୍ଗରାଜ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ଯେ, ବାୟୁ ପ୍ରଦୂଷଣ ସ୍ତର ହ୍ରାସ କରିବା ପାଇଁ…

Read More