Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ କେତେକ ବୟାନ କେବଳ ତତ୍କାଳିକ ବିବାଦ ସୃଷ୍ଟି କରେ ନାହିଁ, ସେଗୁଡ଼ିକ ଦଳର ଚିନ୍ତାଧାରା, ରାଷ୍ଟ୍ର ପ୍ରତି ଦୃଷ୍ଟିକୋଣ ଓ ରାଜନୈତିକ ଦାୟିତ୍ୱବୋଧକୁ ମଧ୍ୟ ପ୍ରକାଶ କରିଦେଇଥାଏ। କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନଙ୍କ ଭେନେଜୁଏଲା–ଆମେରିକା ଉଦାହରଣ ଟାଣି ଆଣି ଭାରତ ପ୍ରସଙ୍ଗରେ କରାଯାଇଥିବା ମତାମତ ଠିକ୍ ଏହିପରି ଏକ ବୟାନ। “ଟ୍ରମ୍ପ ଯଦି ଭେନେଜୁଏଲାରେ ଯାହା କଲେ, ସେହିପରି କିଛି ଭାରତରେ କରିପାରିବେ?”—ଏପରି ପ୍ରଶ୍ନ କରି ସେ କେବଳ ଏକ ଆନ୍ତର୍ଜାତୀକ ଘଟଣାକୁ ଭୁଲ୍ ଭାବେ ଉପସ୍ଥାପନ କଲେ ତାହା ନୁହେଁ, ବରଂ ଭାରତର ସାର୍ବଭୌମତ୍ୱ, ଲୋକତନ୍ତ୍ର ଓ ସଂସ୍ଥାଗତ ସ୍ୱାଧୀନତା ପ୍ରତି ଅସମ୍ମାନଜନକ ବାର୍ତ୍ତା ମଧ୍ୟ ଦେଇଦେଲେ। ଭେନେଜୁଏଲା ଓ ଭାରତ: ତୁଳନା କି ରାଜନୈତିକ ଭ୍ରମ? ଭେନେଜୁଏଲା ଏକ ଦୀର୍ଘ ସମୟରୁ ଆର୍ଥିକ ଓ ରାଜନୈତିକ ସଙ୍କଟରେ ଜଡ଼ିତ ଦେଶ। ସେଠାରେ ଶାସନ ବ୍ୟବସ୍ଥା, ନିର୍ବାଚନୀ ସ୍ୱଚ୍ଛତା, ସେନା–ସରକାର ସମ୍ପର୍କ ଓ ଆନ୍ତର୍ଜାତୀୟ ଚାପ—ସବୁକିଛି ଏକ…

Read More