Author: TRUPTIMAYEE SAHOO

ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାନୀୟ ଜଳ ପାଇଁ ମୃତ୍ୟୁ ଘଟଣା ପରେ ସାରା ଦେଶରେ ଜଳ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବାବେଳେ ଓଡ଼ିଶାର ଭୁବନେଶ୍ୱର, କଟକ ଓ ପୁରୀ ଭଳି ବଡ଼ ସହରଗୁଡ଼ିକର ପାନୀୟ ଜଳ ଗୁଣମାନ ସମ୍ପର୍କିତ ରିପୋର୍ଟ ଗଭୀର ଚିନ୍ତାର କାରଣ ହୋଇଛି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ଏବଂ ଅନ୍ୟ ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଜଳ ଗୁଣମାନ ପରୀକ୍ଷାରେ କଟକର କିଛି ଅଞ୍ଚଳରେ  ଓ ଭୁବନେଶ୍ୱରରେ ଅତ୍ୟଧିକ ଧୂଳିକଣା (High turbidity) ଥିବା ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱର: ୧ NTU ସୀମା ପାର୍—୫୦ NTU ପର୍ଯ୍ୟନ୍ତ ଧୂଳିକଣା ଭୁବନେଶ୍ୱର ସହରର ଲକ୍ଷ୍ମୀସାଗର, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ, ଓଲ୍ଡ ଟାଉନ ସହିତ ମୋଟ ୬ଟି ସ୍ଥାନରୁ ସଂଗ୍ରହ କରାଯାଇଥିବା ପାନୀୟ ଜଳ ନମୁନାରେ ଧୂଳିକଣାର ମାପ ୨୪ ରୁ ୫୦ NTU ମଧ୍ୟରେ ରହିଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)…

Read More