Author: TRUPTIMAYEE SAHOO

ବିଜୁ ଜନତା ଦଳର ରାଜନୀତି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂଧିକାଳ ମଧ୍ୟରେ ପହଞ୍ଚିଛି। ଆଗାମୀ ଏପ୍ରିଲ ୨ ତାରିଖରେ ରାଜ୍ୟର ୪ଜଣ ରାଜ୍ୟସଭା ସାଂସଦଙ୍କ ଅବସର ନେଉଛନ୍ତି। ଏହା ଏକ ସାଧାରଣ ସଂସଦୀୟ ପରିବର୍ତ୍ତନ। କିନ୍ତୁ ରାଜନୀତିରେ “ସାଧାରଣ” ବୋଲି କିଛି ନାହିଁ। ବିଶେଷକରି ଯେତେବେଳେ ରାଜ୍ୟସଭା ପରି ଏକ ଅନୁଷ୍ଠାନ ଜଡ଼ିତ, ସେଠାରେ ପ୍ରତ୍ୟେକ ଆସନ ହେଉଛି ଶକ୍ତି, ସୁରକ୍ଷା ଓ ପ୍ରଭାବର ଏକ ନିଶ୍ଚିତ ଆଶ୍ୱାସନ। ଅବସର ନେବାକୁ ଯାଉଥିବା ସାଂସଦମାନେ ହେଲେ ବିଜେପିର ମମତା ମହାନ୍ତ, ସୁଜିତ କୁମାର ଏବଂ ବିଜେଡିର ନିରଞ୍ଜନ ବିଶି, ମୁନା ଖାନ୍। ଏହି ବିଦାୟୀ ହେବାକୁ ଥିବା ସାଂସଦମାନେ ପୁଣିଥରେ ଦଳୀୟ ପ୍ରାର୍ଥୀ ହେବେ କି ନାହିଁ, ସେଥିରେ ଦଳ ନିଷ୍ପତ୍ତି ନେବ। କିନ୍ତୁ ଏହାଠାରୁ ବଡ଼ ପ୍ରଶ୍ନ ହେଉଛି—ଏହି ୪ଟି ଆସନ କାହା ପାଇଁ? କାହିଁକି? ଏବଂ କେଉଁ ରାଜନୈତିକ ସନ୍ଦେଶ ସହିତ ଯିବ? ରାଜ୍ୟସଭା: ସଂସଦ…

Read More