Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ କେତେକ ଯୋଜନା କେବଳ ଶାସନର ଅଂଶ ନୁହେଁ, ସେଗୁଡ଼ିକ ନିର୍ବାଚନୀ ରଣନୀତି, ପ୍ରଶାସନିକ ଆନୁଗତ୍ୟ ଓ ଶକ୍ତିର ଦୀର୍ଘକାଳୀନ ସଂରଚନାକୁ ମଧ୍ୟ ପ୍ରତିବିମ୍ବିତ କରେ। “ପିଠା” ଯୋଜନା ସେହିପରି ଗୋଟିଏ ଉଦାହରଣ; ଯାହା ସାଧାରଣ ଲୋକଙ୍କ ଦୃଷ୍ଟିରେ ଏକ ସାମାଜିକ–ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ଲାଗୁଥିଲା, କିନ୍ତୁ ପାୱାର କରିଡରରେ ତାହାକୁ ଦେଖାଯାଉଥିଲା ଏକ ନିର୍ବାଚନୀ ଅସ୍ତ୍ର ଭାବେ । ଆଜି, ୨୦୨୪ ପରବର୍ତ୍ତୀ ରାଜନୈତିକ ପରିଦୃଶ୍ୟରେ, “ପିଠା” ପରେ “ମିଠା” ଆସିବ କି?—ଏହି ପ୍ରଶ୍ନ କେବଳ ଗୋଟିଏ ଯୋଜନା ସମ୍ପର୍କରେ ନୁହେଁ, ଏହା ଓଡ଼ିଶାର ପ୍ରଶାସନ–ରାଜନୀତି ସମ୍ପର୍କର ଗଭୀର ମନୋବୈଜ୍ଞାନିକ ଓ ଶକ୍ତିଗତ ପରିବର୍ତ୍ତନକୁ ସୂଚାଏ। ଆଜିର ପ୍ରସଙ୍ଗ ସେତେବେଳେ ପିଠା, ଏବେ ମିଠା? ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ। ପିଠା ଯୋଜନା: ସାମାଜିକ କାର୍ଯ୍ୟକ୍ରମ ନା ନିର୍ବାଚନୀ ଯନ୍ତ୍ର? ୨୦୧୯ ନିର୍ବାଚନ ପୂର୍ବରୁ, ୨୦୧୮ ଡିସେମ୍ବରରେ ଆରମ୍ଭ ହୋଇଥିବା “ଜନସଶକ୍ତିକରଣ- ଓଡ଼ିଶାରେ ସ୍ୱଚ୍ଛତାକୁ ସକ୍ଷମ କରିବା ଏବଂ…

Read More