Author: TRUPTIMAYEE SAHOO

ଅବସର- ସରକାରୀ ଭାଷାରେ ଏହା ଏକ ସ୍ପଷ୍ଟ ସୀମାରେଖା। ନିର୍ଦ୍ଧାରିତ ବୟସ, ନିର୍ଦ୍ଧାରିତ ଦିନ, ଫାଇଲର ଶେଷ ଦସ୍ତଖତ, ଆଉ ତା’ପରେ ପେନସନ। କିନ୍ତୁ ଓଡ଼ିଶା ସଚିବାଳୟରେ ୨୦୨୪–୨୦୨୫ ମସିହାରେ ଏହି “ଶେଷ” ଶବ୍ଦଟି ପୁଣିଥରେ ପ୍ରଶ୍ନାର୍ଥକ ହୋଇଉଠିଛି। କାରଣ—ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଓଏସଡି (Officer on Special Duty) ଭାବରେ ପୁଣି ନିଯୁକ୍ତି। ଏହା କ’ଣ ଅନିବାର୍ଯ୍ୟ ପ୍ରଶାସନିକ ବାଧ୍ୟବାଧକତା? ନା ନିଷ୍ଠା–ନିକଟତା–ଭରସାର ଏକ ନୂଆ ସଂସ୍କୃତି? ଏବେ ଆମ ରାଜ୍ୟରେ ସରକାରୀ ଚାକିରିଆ ବିଶେଷ କରି ଆଇଏଏସ ଓ ଓଏଏସମାନେ ଚାକିରିରୁ ଅବସର ନେବା ପରେ ପୁଣି ଓଏସଡି ଭାବରେ ନିଯୁକ୍ତି ପାଇବାର ପରମ୍ପରା ବିଜେଡି ଶାସନ କାଳରୁ ଆରମ୍ଭ ହୋଇଛି। ବିଜେପି କ୍ଷମତାକୁ ଆସିବା ପରେ ଏହି ପରମ୍ପରାରେ ରୋକ ଲାଗିବ ବୋଲି ଆଶା କରାଯାଉଥିଲା। କିନ୍ତୁ ରୋକ ଲାଗିବା ପରିବର୍ତ୍ତେ ଏହା ଆହୁରି ବୃଦ୍ଧି ପାଇଛି। ତେଣୁ ଏହି ପରିପ୍ରେକ୍ଷୀରେ ଥାଇଲାଣ୍ଡ କିପରି…

Read More