Author: TRUPTIMAYEE SAHOO

ଓଡ଼ିଶାର ଶିକ୍ଷା ଇତିହାସରେ ପ୍ରତ୍ୟେକ ସରକାର ନିଜ ନିଜ ଚିହ୍ନ ରଖିବାକୁ ଚେଷ୍ଟା କରିଛି। କେବେ ‘ସର୍ବଶିକ୍ଷା ଅଭିଯାନ’, କେବେ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)’, ଆଉ ଏବେ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’। ନାମ ବଦଳୁଛି, ଆକାର ବଡ଼ ହେଉଛି, ବଜେଟ୍ ବଢ଼ୁଛି—କିନ୍ତୁ ପ୍ରଶ୍ନ ଗୋଟିଏ: ଏହା କେତେଦୂର ସଫଳ ହେବ? ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ରାଜ୍ୟ ସରକାର ଏକ ବଡ଼ ଆକାଂକ୍ଷାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି—ଏହା ଓଡ଼ିଶାର ପ୍ରାଥମିକ ଶିକ୍ଷାରେ ଏକ “ଗେମ୍‌ ଚେଞ୍ଜର୍” ହେବ। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାରେ ୧୧୮ଟି ସ୍କୁଲ, ପ୍ରତିଟି ପାଇଁ ୫–୭ କୋଟି ଟଙ୍କା, ମୋଟ ଖର୍ଚ୍ଚ ପ୍ରାୟ ୧୨ ହଜାର କୋଟି। ଆଗାମୀ ଚାରି ବର୍ଷରେ ୨୨୦୦ ସ୍କୁଲକୁ ସୁଦୃଢ କରିବା ଲକ୍ଷ୍ୟ। କାଗଜରେ ଏହା ଅତ୍ୟନ୍ତ ଆକର୍ଷଣୀୟ। ୫ ଏକର…

Read More