Author: TRUPTIMAYEE SAHOO

ମହାନଦୀ ଓଡ଼ିଶାର କେବଳ ଗୋଟିଏ ନଦୀ ନୁହେଁ, ଏହା ଓଡ଼ିଶାର ଅର୍ଥନୀତି, କୃଷି, ସଂସ୍କୃତି ଓ ଭାବନାର ସହିତ ଗଭୀର ଭାବେ ଜଡ଼ିତ। ମହାନଦୀର ପାଣି ଉପରେ ରାଜ୍ୟର ଚାଷୀର ଜୀବିକା, ଶିଳ୍ପର ଭବିଷ୍ୟତ ଓ ପରିବେଶର ସନ୍ତୁଳନ ନିର୍ଭର କରେ। ସେହି ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ଧରି ଚାଲିଥିବା ଜଳବିବାଦ ଆଜି ମଧ୍ୟ ନିରାକରଣ ହୋଇପାରିନାହିଁ। କିନ୍ତୁ ବିଡମ୍ବନା ଏହା—ବିବାଦର ସମାଧାନ ନ ହେଲେ ମଧ୍ୟ, ଏହାର ନାଁରେ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବାହାରି ଯାଉଛି। ୨୦୨୩ ମେ’ ମାସରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ୧୦ ଦିନିଆ ଓଡ଼ିଶା–ଛତିଶଗଡ଼ ଗସ୍ତ ପାଇଁ ୫.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ପ୍ରଶ୍ନର ଝଡ଼ ଉଠିଛି। ୧୦ ଦିନରେ ୫ କୋଟି ଟଙ୍କା—ଦିନକୁ ହାରାହାରି ୫୦ ଲକ୍ଷ! ଏହା କ’ଣ ସତରେ ଜରୁରୀ ଥିଲା, ନା…

Read More