Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ଇତିହାସରେ ୨୦୨୪ ନିର୍ବାଚନ ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ। ଏହି ନିର୍ବାଚନ କେବଳ ଦଳୀୟ ପରିବର୍ତ୍ତନର ନଥିଲା ବରଂ ଏହା ଥିଲା ‘ଓଡ଼ିଆ ଅସ୍ମିତା’ ବଞ୍ଚାଇବାର ଏକ ଆବେଗପୂର୍ଣ୍ଣ ଆହ୍ୱାନ। ଦୀର୍ଘ ୨୪ ବର୍ଷର ଶାସନକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଯେଉଁ ଅସ୍ତ୍ର ପ୍ରୟୋଗ କରିଥିଲା ତାହା ଥିଲା “ଅଣଓଡ଼ିଆ ଶାସନରୁ ମୁକ୍ତି”। ତତ୍କାଳୀନ ବିଜେଡି ସରକାରର ସର୍ବେସର୍ବା ସାଜିଥିବା ଜଣେ ଅଣଓଡ଼ିଆ ଅଧିକାରୀଙ୍କୁ କେନ୍ଦ୍ର କରି ସାରା ରାଜ୍ୟରେ ଏକ ଜନମତ ସୃଷ୍ଟି କରାଗଲା ଯେ— “ଓଡ଼ିଆ ଅସ୍ମିତା ବିପଦରେ”। ଲୋକେ ବିଶ୍ୱାସ କଲେ ପରିବର୍ତ୍ତନ ଆସିଲେ ଓଡ଼ିଶାକୁ ଓଡ଼ିଆମାନେ ଚଳାଇବେ । ମାତ୍ର ସରକାର ଗଠନ ପରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା କେବଳ ହତାଶାଜନକ ନୁହେଁ ବରଂ ଓଡ଼ିଆ ଜାତି ପ୍ରତି ଏକ ପରିହାସ। କେଉଁଠୁ ଆରମ୍ଭ ? ଓଡ଼ିଆ ଅଫିସର ମାରଣ ନୀତି ୨୦୧୪ ପରଠାରୁ ଆରମ୍ଭ…

Read More