Author: TRUPTIMAYEE SAHOO

ଓଡ଼ିଶାର ପ୍ରଗତିକୁ ମାପିବା ପାଇଁ ଆଜିକାଲି ଯେଉଁ ମାନସିକତା ଦେଖାଯାଉଛି, ତାହା ଗଭୀର ଚିନ୍ତାର ବିଷୟ। ଅନେକ ତଥାକଥିତ ବିଜ୍ଞ ବ୍ୟକ୍ତି, ନୀତିନିର୍ଦ୍ଧାରକ ଏବଂ ଶକ୍ତିକେନ୍ଦ୍ର ସମୀପରେ ଥିବା ଲୋକମାନେ ଯେତେବେଳେ କହୁଛନ୍ତି ଯେ, ଭୋଜନାଳୟ, ମଦିରାଳୟ, ଶପିଂ ମଲ୍ ଓ ସହରୀୟ ଖର୍ଚ୍ଚ ହେଉଛି ପ୍ରଗତିର ମାପକାଠି। ସେତେବେଳେ ପ୍ରଶ୍ନ ଉଠେ- ଏହି ପ୍ରଗତି କାହା ପାଇଁ? କେଉଁ ଅର୍ଥନୀତିର ଉପରେ ଏହା ଗଢ଼ା ହୋଇଛି? ଏବଂ ସବୁଠାରୁ ବଡ଼ ପ୍ରଶ୍ନ—ଏହି ପ୍ରଗତି କେତେ ଦୀର୍ଘକାଳୀନ? ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଏଠାରେ ଅଧିକାଂଶ ଲୋକଙ୍କ ଜୀବିକା ସିଧାସଳଖ କିମ୍ବା ପରୋକ୍ଷ ଭାବରେ କୃଷି ସହିତ ଜଡ଼ିତ। ଏହି ପ୍ରତିଷ୍ଠିତ ସତ୍ୟକୁ ଅନୁଦେଖା କରି ଯଦି ଆମେ ପ୍ରଗତିର ସୂଚକ ଭାବରେ କେବଳ ମଦିରାଳୟ ଖୋଲିବାର ସଂଖ୍ୟା ବଢ଼ିବାକୁ ଦେଖୁଛୁ, ତେବେ ସେହି ମାନସିକତା ଆମ ରାଜ୍ୟର ଦୁର୍ଦ୍ଦଶାର ମୂଳ କାରଣ ହୋଇଉଠୁଛି। ପ୍ରଗତିର ଭ୍ରାନ୍ତ ଧାରଣା ଆଧୁନିକ…

Read More