Author: TRUPTIMAYEE SAHOO

ଯୁବପିଢ଼ି କେବଳ ଏକ ଜନସାଂଖ୍ୟିକ ଶ୍ରେଣୀ ନୁହେଁ- ସେ ହେଉଛି ରାଜନୀତିର ସବୁଠୁ ବଡ଼ ନିବେଶ, ସବୁଠୁ ଦୀର୍ଘମ୍ୟାଦୀ ପୁଞ୍ଜି। ଯେଉଁ ଦଳ ଓ ସରକାର ଯୁବମାନଙ୍କୁ ଧରିପାରିବ, ସେ ଭବିଷ୍ୟତକୁ ଧରିପାରିବ- ଏହା ଭାରତୀୟ ରାଜନୀତିର ଏକ ଅଲିଖିତ ସତ୍ୟ। ଓଡ଼ିଶାରେ ୨୦୨୪ ନିର୍ବାଚନ ପରେ ଯେଉଁ ରାଜନୈତିକ ପରିବର୍ତ୍ତନ ଦେଖାଗଲା, ସେଥିରେ ଯୁବପିଢ଼ି ଏକ ମୁଖ୍ୟ ଘଟକ ଥିଲା। ତତ୍କାଳୀନ ବିଜୁ ଜନତା ଦଳ (ବିଜେଡି) ସରକାର ନିର୍ବାଚନ ପୂର୍ବରୁ ‘ନୂଆ ଓଡ଼ିଶା’ ଯୋଜନା ଆଣି କଲେଜ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ସହ ଯୋଡ଼ିବାକୁ ଚେଷ୍ଟା କରିଥିଲା। କିନ୍ତୁ ରାଜ୍ୟରେ ନୂଆ ସରକାର ଆସିବା ସହ ସେହି ଯୋଜନା ବନ୍ଦ ହୋଇଗଲା। ଏବେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏକ ଭିନ୍ନ ପଥ ଧରିଛନ୍ତି-ରାଜ୍ୟ ଯୋଜନାର ସ୍ଥାନରେ କେନ୍ଦ୍ରୀୟ ଯୋଜନା ‘ମାଇଁ ଭାରତ’କୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ…

Read More