Author: TRUPTIMAYEE SAHOO

ଭାରତର ସଂଘୀୟ ରାଜନୀତିରେ ପ୍ରବାସୀ ଶ୍ରମିକ ପ୍ରସଙ୍ଗ କେବଳ ଜୀବିକା ବା ମାନବିକତାର ମାମଲା ରହିନାହିଁ। ଏହା ଏବେ ଏକ ରାଜନୈତିକ ଉପକରଣ, ଭୋଟ ଗଣିତର ଏକ ଧାର ଓ ରାଜ୍ୟ-ବିରୋଧୀ ନ୍ୟାରେଟିଭ୍ ଗଢ଼ିବାର ଏକ ସହଜ ଅବସର ହୋଇଉଠିଛି ।  ଦିନଗୁଡ଼ିକରେ ପଶ୍ଚିମବଙ୍ଗରେ ଯାହା ଦେଖାଯାଉଛି ତାହା ଏହି ନିଷ୍କର୍ଷକୁ ଆଉ ମଜବୁତ କରେ—ବିଜେପି ବିରୋଧୀ ଦଳଗୁଡ଼ିକ ଏକ ଯୋଜନାବଦ୍ଧ ଭାବେ ପ୍ରବାସୀ ଶ୍ରମିକ ପ୍ରସଙ୍ଗକୁ ଓଡ଼ିଶା ସରକାର ଓ ଓଡ଼ିଆ ସମାଜ ବିରୋଧରେ ଘୁରାଇ ଦେଉଛନ୍ତି । ଏହି ରାଜନୈତିକ ମଞ୍ଚରେ ସବୁଠାରୁ ଆଗରେ ଥିବା ମୁହଁଗୁଡ଼ିକ ହେଉଛନ୍ତି—ମମତା ବାନାର୍ଜୀ, ମହୁଆ ମୋଇତ୍ରା ଓ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ। ରାଜନୈତିକ ଦଳ ଭାବେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ—ଉଭୟ ଏହି ପ୍ରସଙ୍ଗକୁ ନିଜ ନିଜ ଭୋଟ ରଣନୀତିରେ ଅନୁକୂଳ ଭାବେ ବ୍ୟବହାର କରୁଛନ୍ତି । ଉଦ୍ଦେଶ୍ୟ ସ୍ପଷ୍ଟ—ଭାରତୀୟ ଜନତା ପାର୍ଟିକୁ ଘେରିବା, କିନ୍ତୁ ଆଘାତ ପଡ଼ୁଛି…

Read More