Author: TRUPTIMAYEE SAHOO

ଆଜି ହେଉଛି ବିଶ୍ୱ ଯୁବ ଦିବସ । ଆଜିର ଦିନଟି ଯୁବଶକ୍ତିଙ୍କୁ ଉତ୍ସର୍ଗୀକୃତ । ଯୁବ ଦିବସ କେବଳ ଏକ ଦିବସ ନୁହେଁ; ଏହା ଯୁବଶକ୍ତିର ଆକାଂକ୍ଷା, ଅସନ୍ତୋଷ ଓ ଆଶା-ଆକ୍ଷେପର ପ୍ରତିବିମ୍ବ । ଯୁବଶକ୍ତି ଯେତେବେଳେ ପ୍ରଶ୍ନ କରେ, ସେତେବେଳେ ରାଜନୀତିର ସବୁଠୁ ଗଭୀର ସତ୍ୟ ଖୋଲିଆସେ ସାମ୍ନାକୁ । ଆଜି ଓଡ଼ିଶାର ରାଜନୀତିରେ ଯୁବଶକ୍ତି ଏମିତି ଏକ ପ୍ରଶ୍ନଚିହ୍ନ ହୋଇ ଉଠିଛି, ଯାହା ସିଧାସଳଖ ଭାବେ ବିଜୁ ଜନତା ଦଳର ଭବିଷ୍ୟତ ସହ ଜଡ଼ିତ। ଗତ ନିର୍ବାଚନରେ ଦଳର ପରାଜୟ ପରେ ଯେଉଁ ଆଲୋଚନା ଆରମ୍ଭ ହୋଇଥିଲା, ତାହା ଏବେ ମାତ୍ର ରଣନୀତିର ସମୀକ୍ଷାରେ ସୀମିତ ନୁହେଁ। ଏହା ଦଳୀୟ ନେତୃତ୍ୱ, ଶକ୍ତିର କେନ୍ଦ୍ରୀକରଣ ଓ ଯୁବ ନେତାମାନଙ୍କର ଅବହେଳା ବିରୋଧରେ ଏକ ଗଠିତ ଅସନ୍ତୋଷର ଆକାର ନେଇଛି । ଏହି ପରିପ୍ରେକ୍ଷୀରେ ‘ଜେନ୍‌ ଜି’ ସ୍ଳୋଗାନ ଏବେ ଆଶାର ପ୍ରତୀକ ନୁହେଁ ବରଂ ବୁମେରାଂ ଭଳି ଫେରି…

Read More