Author: TRUPTIMAYEE SAHOO

ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୋମବାର ଦିନ କହିଛନ୍ତି ଯେ ସଂସଦ ଭିତରେ ଇ-ସିଗାରେଟ୍ ଟାଣିବା ଅଭିଯୋଗରେ ଟିଏମସି ସାଂସଦ କୀର୍ତ୍ତି ଆଜାଦଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିର୍ଲା ସାଂସଦମାନଙ୍କୁ ଗୃହ ଭିତରେ ମର୍ଯ୍ୟାଦା ବଜାୟ ରଖିବାକୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ ସଂସଦର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ବାଚସ୍ପତି କହିଛନ୍ତି “ତଦନ୍ତ ପ୍ରକ୍ରିୟା ଶେଷ ହେବାକୁ ଯାଉଛି। ତଦନ୍ତ ସମାପ୍ତ ହେବା ମାତ୍ରେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି କମିଟିକୁ ପଠାଯିବ ଏବଂ ପ୍ରକ୍ରିୟା ସମାପ୍ତ ହେବ । ଗୃହର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ସେ ଆହୁରି କହିଛନ୍ତି “ଏହା ଏକ ଦାୟିତ୍ୱ ଆପଣଙ୍କୁ ଗୃହ ଭିତରେ ମର୍ଯ୍ୟାଦା ବଜାୟ ରଖିବାକୁ ପଡ଼ିବ ଏବଂ ଯେଉଁମାନେ ଏହା କରିବାରେ ବିଫଳ ହୁଅନ୍ତି ସେମାନଙ୍କୁ ସଂସଦର ନିୟମ ଏବଂ ପ୍ରକ୍ରିୟା ଅନୁଯାୟୀ…

Read More