Author: TRUPTIMAYEE SAHOO

କର୍ମଜୀବୀ ମହିଳାମାନଙ୍କ ଅଧିକାର, ସମ୍ମାନ ଏବଂ କ୍ୟାରିୟର ସୁରକ୍ଷା ଦିଗରେ ଦିଲ୍ଲୀ ହାଇକୋର୍ଟ ଏକ ଯୁଗାନ୍ତକାରୀ ତଥା ଐତିହାସିକ ରାୟ ପ୍ରଦାନ କରିଛନ୍ତି। ମାତୃତ୍ୱ ଛୁଟିରୁ ଫେରିବା ପରେ ଜଣେ ମହିଳାଙ୍କୁ ତାଙ୍କ ପୁରୁଣା ପଦବୀ ଓ ଦାୟିତ୍ୱରୁ ବଞ୍ଚିତ କରି କମ୍ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲଗାଇବାକୁ ଅଦାଲତ ବେଆଇନ ତଥା ଭେଦଭାବପୂର୍ଣ୍ଣ ବୋଲି ଘୋଷଣା କରିଛନ୍ତି। ଜଷ୍ଟିସ ସଚିନ ଦତ୍ତାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ କେବଳ ପୂର୍ବ ଭଳି ଦରମା କିମ୍ବା ପଦବୀର ନାମ ବଜାୟ ରଖିଲେ ମାତୃତ୍ୱ ସୁରକ୍ଷା ଆଇନ ପାଳନ ହୋଇଗଲା ବୋଲି ଧରାଯିବ ନାହିଁ। ମାତୃତ୍ୱ ଛୁଟିରୁ ଫେରୁଥିବା ମହିଳାଙ୍କୁ ତାଙ୍କର ସମାନ ପଦ, ପୂର୍ବ କ୍ଷମତା ଏବଂ ପଦୋନ୍ନତିର ସୁଯୋଗ ମିଳିବା ବାଧ୍ୟତାମୂଳକ। ଏହି ମାମଲାରେ କୋର୍ଟ ନିଯୁକ୍ତିଦାତା କମ୍ପାନୀକୁ ପୀଡ଼ିତା ମହିଳାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ୧.୫ ଲକ୍ଷ ଟଙ୍କା ମାମଲା ଖର୍ଚ୍ଚ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

Read More