Author: TRUPTIMAYEE SAHOO

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ବିରଳ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଶନି ପ୍ରାୟ ପ୍ରତ୍ୟେକ ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି, ଯାହାକୁ ଶନି ଗୋଚର କୁହାଯାଏ। ଏହି ଗୋଚରର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ ଓ ବ୍ୟକ୍ତିଗତ, ସାମାଜିକ ତଥା ଆର୍ଥିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ଜ୍ୟୋତିଷ ମତାନୁସାରେ, ଯଦି କାହାର ଜାତକରେ ଶନି ସନ୍ତୁଷ୍ଟ ରହନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ପରିଶ୍ରମର ଯଥୋଚିତ ଫଳ ମିଳେ। ଶନି ନ୍ୟାୟର ଦେବତା ଭାବେ ପରିଚିତ ଓ ସେ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି। ଏହି କାରଣରୁ ଶନିଙ୍କ ଗୋଚର ସମୟକୁ ଜୀବନରେ ପରିବର୍ତ୍ତନ ଆଣୁଥିବା ସମୟ ବୋଲି କୁହାଯାଏ। ମଙ୍ଗଳ ପରେ ଶନିଙ୍କୁ ସବୁଠାରୁ ପ୍ରଭାବଶାଳୀ ଗ୍ରହ ଭାବେ ଗଣାଯାଏ। ଗ୍ରହମାନେ ଯେତେବେଳେ ନିଜ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ବ୍ୟକ୍ତିର ଜୀବନରେ କେତେବେଳେ ଭାଗ୍ୟ…

Read More