Author: TRUPTIMAYEE SAHOO

ଓଡ଼ିଶାର ରାଜନୀତି ମାନଚିତ୍ରରେ କେତେକ ନିର୍ବାଚନମଣ୍ଡଳୀ କେବଳ ଭୋଟ ଗଣିତର ଏକ ଏକକ ନୁହେଁ—ସେଗୁଡ଼ିକ ହେଉଛି ଦଳୀୟ ମନୋବୃତ୍ତି, ନେତୃତ୍ୱ ଶୈଳୀ ଓ ଶକ୍ତିର ସତ୍ୟ ପରୀକ୍ଷାକ୍ଷେତ୍ର। ନିମାପଡ଼ା ସେହି ପରୀକ୍ଷାକ୍ଷେତ୍ରର ନୂଆ ନାମ। ପୁରୀ ଜିଲ୍ଲାର ଏହି ନିର୍ବାଚନମଣ୍ଡଳୀରେ ଏବେ ଯାହା ଚାଲିଛି, ତାହା ଦେଖିଲେ ମନେପଡ଼େ—ମହାଭାରତ। ଏଠାରେ କୌଣସି ଏକ ପକ୍ଷ ସ୍ପଷ୍ଟ ଭାବେ ଧର୍ମ କିମ୍ବା ଅଧର୍ମ ନୁହେଁ; ଅଛି ଅଭିମାନ, ଋଣବୋଧ, ଅପେକ୍ଷା ଓ ଭବିଷ୍ୟତର ଆଶଙ୍କା। ଏହି ଆଶଙ୍କା ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀର ପଣିଡ଼ା ପାଇଁ ଆଗାମୀ ଦିନର ବିପଦ ଜଳ ଜଳ ଦେଖାଯାଉଛି। ଯେଉଁ ଭୋଟ ଶକ୍ତି ଶାସନକୁ ଜନ୍ମ ଦେଲା ନିକଟର ରାଜ୍ୟ ରାଜନୀତିରେ ଭାରତୀୟ ଜନତା ପାର୍ଟିର ଉଦୟ ଏକ ଐତିହାସିକ ମୁହୂର୍ତ୍ତ। ଏହି ଉଦୟର ଗଣିତରେ ନିମାପଡ଼ାର ଭୋଟ ଶକ୍ତିର ଭୂମିକା ଅନିବାର୍ଯ୍ୟ। ସେଇ ଭୋଟ ଶକ୍ତିର ମୂଳ ଶିଳ୍ପୀଭାବେ ଯାହାଙ୍କ ନାମ ନିଆଯାଏ, ସେହି…

Read More