Author: TRUPTIMAYEE SAHOO

ଯେକୌଣସି ମୂଲ୍ୟରେ ଗ୍ରୀନଲ୍ୟାଣ୍ଡକୁ ମିଶାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଜିଦ୍ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି । ୟୁରୋପୀୟ ଦେଶଗୁଡ଼ିକ, ବିଶେଷକରି ଆମେରିକାର ନିକଟତର ଦେଶମାନେ ଗଭୀର ଚିନ୍ତିତ । ୟୁରୋପୀୟ ଦେଶଗୁଡ଼ିକ ଟ୍ରମ୍ପଙ୍କ ଯୋଜନା ପ୍ରତି ନୀରବ କିମ୍ବା ଖୋଲାଖୋଲି ଭାବରେ ସେମାନଙ୍କର ଆପତ୍ତି ପ୍ରକାଶ କରୁଛନ୍ତି । ଏହି ସମୟରେ, ଏକ ପ୍ରମୁଖ ୟୁରୋପୀୟ ଶକ୍ତି ରୁଷ ଏହି ପ୍ରସଙ୍ଗରେ ନିଜର ଦୂରତା ବଜାୟ ରଖିଛି । ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ ଯୋଜନାରେ ଭ୍ଲାଦିମିର ପୁଟିନଙ୍କ ନୀରବତାକୁ ଏକ ସୁଚିନ୍ତିତ ରଣନୀତି , ପରିସ୍ଥିତିର ଫାଇଦା ଉଠାଇବା ଏବଂ ପାଶ୍ଚାତ୍ୟ ଏକତାକୁ ଦୁର୍ବଳ କରିବାର ପ୍ରୟାସ ଭାବରେ ଦେଖାଯାଉଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପଙ୍କ ମହତ୍ତ୍ୱାକାଂକ୍ଷାରୁ ନିଜକୁ ଦୂରେଇ ରଖିଛନ୍ତି। ସେ କହିଛନ୍ତି ଯେ ଆମେରିକା ଏବଂ ଏହାର ନାଟୋ ସହଯୋଗୀମାନେ ଏହି ସମସ୍ୟାର ସମାଧାନ କରିବେ। ପୁଟିନ ଆର୍କଟିକ ଦ୍ୱୀପର…

Read More