Author: TRUPTIMAYEE SAHOO

ସୁସ୍ଥ ଜୀବନ ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଆବଶ୍ୟକ। ନିଦ ଶରୀରକୁ ବିଶ୍ରାମ ଦେବା ସହ ମନ ଓ ମସ୍ତିଷ୍କକୁ ସତେଜ କରିଥାଏ। କିନ୍ତୁ ଯଦି ଆପଣଙ୍କ ରାତିରେ ବାରମ୍ବାର ନିଦ ଭାଙ୍ଗୁଛି, ତେବେ ଏହାକୁ କେବଳ ସାଧାରଣ ସମସ୍ୟା ଭାବେ ଅଣଦେଖା କରିବା ଭୟାବହ ପରିଣାମ ଆଣିପାରେ। ନିକଟରେ ପ୍ରକାଶିତ ଏକ ମେଡିକାଲ ରିସର୍ଚ୍ଚ ରିପୋର୍ଟ ଏହି ଦିଗରେ ଗଭୀର ସତର୍କବାଣୀ ଦେଇଛି। ରିପୋର୍ଟ ଅନୁଯାୟୀ, ଯେଉଁ ଲୋକମାନଙ୍କର ରାତିରେ ବାରମ୍ବାର ନିଦ ଭାଙ୍ଗେ, ସେମାନଙ୍କ ହୃଦୟ ସ୍ୱାସ୍ଥ୍ୟ ଉପରେ ଏହା ଗମ୍ଭୀର ପ୍ରଭାବ ପକାଇଥାଏ। ଯଦି ଏହି ସମସ୍ୟା ଦୀର୍ଘ ସମୟ ଯାଏ ଚାଲିଥାଏ, ତେବେ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ଗମ୍ଭୀର ରୋଗର ଆଶଙ୍କା ଅନେକ ଗୁଣା ବଢ଼ିଯାଏ। ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ମୁତାବକ, ପ୍ରତ୍ୟେକ ସ୍ୱସ୍ଥ ବ୍ୟକ୍ତିଙ୍କୁ ଦିନକୁ କମ୍‌ସେକମ୍ ୭ରୁ ୮ ଘଣ୍ଟା ଗଭୀର ନିଦ ଆବଶ୍ୟକ।…

Read More