Author: TRUPTIMAYEE SAHOO

ମହାକାଶ ବିଜ୍ଞାନ ଜଗତର ଏକ ଦୀର୍ଘଦିନର ରହସ୍ୟର ଏବେ ସମାଧାନ ମିଳିଛି। ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ (JWST) ଦ୍ୱାରା ଆବିଷ୍କୃତ ରହସ୍ୟମୟ “ଲିଟିଲ୍ ରେଡ୍ ଡଟ୍ସ” କ’ଣ, ଏନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ୨୦୨୬ ଜାନୁଆରୀ ୪ ତାରିଖରେ ପ୍ରସିଦ୍ଧ ‘ନେଚର’ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂଆ ଅଧ୍ୟୟନ ଅନୁସାରେ, ଏହି ଲାଲ ବିନ୍ଦୁଗୁଡ଼ିକ ପ୍ରକୃତରେ ଅତ୍ୟନ୍ତ ୟଙ୍ଗ ସୁପରମାସିଭ୍ ବ୍ଲାକ୍ ହୋଲ୍। ୨୦୨୨ରେ JWST ଲଞ୍ଚ ପରେ ବ୍ରହ୍ମାଣ୍ଡର ଅତ୍ୟନ୍ତ ପୁରୁଣା ଅଞ୍ଚଳର ଯେଉଁ ଚିତ୍ର ପଠାଇଥିଲା, ସେଥିରେ କିଛି ଛୋଟ, ଲାଲ ଓ ଅତ୍ୟଧିକ ଉଜ୍ଜ୍ୱଳ ବିନ୍ଦୁ ଦେଖାଯାଇଥିଲା। ଏହି ବିନ୍ଦୁଗୁଡ଼ିକୁ ‘ଲିଟିଲ୍ ରେଡ୍ ଡଟ୍ସ’ ନାମ ଦିଆଯାଇଥିଲା । ପ୍ରଥମେ ବୈଜ୍ଞାନିକମାନେ ଏଗୁଡ଼ିକୁ ଘନ ତାରାପୂର୍ଣ୍ଣ ପ୍ରାରମ୍ଭିକ ଛାୟାପଥ ବୋଲି ଧାରଣା କରିଥିଲେ। କିନ୍ତୁ ଗଣନା ଦେଖାଇଥିଲା ଯେ ବ୍ରହ୍ମାଣ୍ଡର ଜନ୍ମର ମାତ୍ର କିଛି ଶହ ନିୟୁତ ବର୍ଷ ପରେ…

Read More