Author: TRUPTIMAYEE SAHOO

ରାଜ୍ୟସଭା ନିର୍ବାଚନକୁ ନେଇ ଦେଶବ୍ୟାପୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନ କମିଶନ ୧୦ଟି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆବଶ୍ୟକ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତି ପାଇଁ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତାବଗୁଡ଼ିକୁ ସମୀକ୍ଷା କରି ନିର୍ବାଚନ କମିଶନ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତ କରିବେ, ଯିଏ ନିର୍ବାଚନ ପ୍ରକ୍ରିୟାର ମୁଖ୍ୟ ଦାୟିତ୍ୱରେ ରହିବେ। ଏପ୍ରିଲ ୧୦ ତାରିଖ ସୁଦ୍ଧା ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ଧରାଯାଇଛି। ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟର ମୋଟ ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଓଡ଼ିଶାରୁ ୪ଟି ଆସନ ଖାଲି ହେଉଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୭ଟି ଆସନ ପାଇଁ ଭୋଟ ହେବ। ତାମିଲନାଡ଼ୁରେ ୬, ପଶ୍ଚିମବଙ୍ଗ ଓ ବିହାରରେ ୫ଟି ଲେଖାଏଁ, ଆସାମରେ ୩ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ତେଲେଙ୍ଗାନା, ଛତିଶଗଡ଼, ହରିୟାଣା ଏବଂ ଆସାମରେ ୨ଟି ଲେଖାଏଁ ଆସନ ଥିବା…

Read More