Author: TRUPTIMAYEE SAHOO

ନବୀନ ପଟ୍ଟନାୟକଙ୍କ ରାଜନୀତିରେ ‘ଅଗଲ-ବଗଲ’ ଶବ୍ଦଟି ଏବେ ବଡ଼ ଚର୍ଚ୍ଚାର ବିଷୟ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବହିଷ୍କାର ପରେ ଶୃଙ୍ଖଳାର ପାଠ ପଢ଼ାଉଥିବା ନବୀନଙ୍କ ପୁରୁଣା ଇତିହାସ କିନ୍ତୁ କିଛି ଅଲଗା କାହାଣୀ କହୁଛି। ଦୁର୍ନୀତି ଓ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ନେତାଙ୍କୁ କୋଳେଇ ନେବା ଏବଂ ପ୍ରଭାବଶାଳୀ ନେତାଙ୍କୁ ଦଳରୁ ବିଦା କରିବା କ’ଣ ନବୀନଙ୍କ ପ୍ରକୃତ ସ୍ୱଚ୍ଛତା? ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିଜକୁ ଏକ ‘ସ୍ୱଚ୍ଛ ଭାବମୂର୍ତ୍ତି’ର ନେତା ଭାବେ ଉପସ୍ଥାପିତ କରିଆସିଛନ୍ତି। ଯେତେବେଳେ ବି ଦଳରେ କୌଣସି ବିଶୃଙ୍ଖଳା କିମ୍ବା କନ୍ଦଳ ଦେଖାଦେଇଛି, ସେ ‘ଅଗଲ-ବଗଲ’ ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଅସ୍ତ୍ର ପ୍ରୟୋଗ କରିଛନ୍ତି। କିନ୍ତୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରିବା ପରେ ନବୀନଙ୍କ ଯେଉଁ ବୟାନ ଆସିଛି, ତାହା ତାଙ୍କର ଦୋମୁହାଁ ଚରିତ୍ରକୁ ପଦାରେ ପକାଇ ଦେଇଛି। ପ୍ରଶ୍ନ…

Read More