Author: TRUPTIMAYEE SAHOO

ପାକିସ୍ତାନର ଉତ୍ତର–ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାରେ ଏକ ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣ ସାରା ଅଞ୍ଚଳକୁ ଆତଙ୍କିତ କରିଦେଇଛି । ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇବର ପଖତୁନଖ୍ୱାର ଏକ ଅଞ୍ଚଳରେ ଜଣେ କମିଟି ସଦସ୍ୟଙ୍କ ଘରେ ବିବାହ ଉତ୍ସବ ଚାଲିଥିଲା। ଉତ୍ସବର ମଝିରେ ହଠାତ୍ ଜଣେ ଆତ୍ମଘାତୀ ଆତଙ୍କବାଦୀ ନିଜ ଶରୀରରେ ଲଗାଇଥିବା ବୋମାକୁ ବିସ୍ଫୋରଣ କରିଥିଲା । ଭୟଙ୍କର ଶବ୍ଦ ସହ ଘଟିଥିବା ଏହି ବିସ୍ଫୋରଣରେ ଅନେକ ଲୋକ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ । ବିସ୍ଫୋରଣର ତୀବ୍ରତା ଏତେ ବେଶି ଥିଲା ଯେ ଘରର ଏକ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା ଏବଂ କୋଠରୀର ଛାତ ଭୁଶୁଡ଼ି ଯାଇଥିଲା। ଏହା…

Read More