Author: TRUPTIMAYEE SAHOO

ଦୀର୍ଘ ପ୍ରାୟ ୪ ବର୍ଷ ଧରି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ସମାଧାନରେ ପହଞ୍ଚି ପାରିନାହିଁ । ଯୁଦ୍ଧବିରତି ପାଇଁ ଆନ୍ତର୍ଜାତୀୟ ସ୍ତରରେ ଚେଷ୍ଟା ଚାଲିଥିବା ସତ୍ତ୍ୱେ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ସକାଳେ ୟୁକ୍ରେନର ଦୁଇଟି ବଡ଼ ସହର—ରାଜଧାନୀ କିଭ୍‌ ଓ ଉତ୍ତର-ପୂର୍ବରେ ଥିବା ଖାରକିଭ୍‌—ଉପରେ ରୁଷ ଦ୍ୱାରା ଭୟଙ୍କର ଆକ୍ରମଣ ହୋଇଛି ।ଏହି ଆକ୍ରମଣରେ ମୋଟ ୧୩ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ୟୁକ୍ରେନ୍‌ ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କିଭ୍‌ରେ ୨ ଜଣ ଆହତ ହୋଇଥିବାବେଳେ ଖାରକିଭ୍‌ରେ ୧୧ ଜଣ ଲୋକ ଆହତ ହୋଇଛନ୍ତି । କିଭ୍‌ରେ ଆହତ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଭ୍‌ ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି ଯେ, ରାଜଧାନୀର ଡ୍ନିପ୍ରୋ ନଦୀର ଉଭୟ ପାର୍ଶ୍ୱରେ…

Read More