Author: TRUPTIMAYEE SAHOO

ଜମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାରେ ଭାରତୀୟ ସେନା, ସିଆରପିଏଫ (CRPF) ଏବଂ ଜମ୍ମୁ କାଶ୍ମୀର ପୋଲିସଙ୍କ ଦ୍ୱାରା ଚାଲିଥିବା ଏକ ମିଳିତ ଅପରେସନରେ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଛି । ନିହତ ଆତଙ୍କବାଦୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ସହିତ ଜଡ଼ିତ ଥିବା ପୋଲିସ ସୂଚନା ଦେଇଛି। ଏନକାଉଣ୍ଟର ପରେ ମଧ୍ୟ ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳେ କାଠୁଆ ଜିଲ୍ଲାର ଚାଟରୁର ସିଙ୍ଗପୁରା ନିକଟସ୍ଥ ଆରିଗାମ ଦ୍ୱାଥର ଅଞ୍ଚଳରେ ଗୋଟିଏ ପାକିସ୍ତାନୀ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀଙ୍କୁ ବିଶେଷ ସୂଚନା ମିଳିଥିଲା। ସୂଚନା ମିଳିବା ସହିତ ସହିତ ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରି ତଲାଶି ଚାଲାଉଥିବା…

Read More