Author: TRUPTIMAYEE SAHOO

ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତର ବାନ୍ଦୁଙ୍ଗ ଅଞ୍ଚଳରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଦେଶକୁ ଦୋହଲାଇ  ଦେଇଛି। ପ୍ରବଳ ବର୍ଷା ପରେ ହଠାତ୍ ପାହାଡ଼ ଧସି ପଡ଼ିବାରୁ ଘଟିଥିବା ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ସୁନିଶ୍ଚିତ ହୋଇଥିବାବେଳେ ୮୨ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ନିଖୋଜଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ,  ସକାଳୁ ବାନ୍ଦୁଙ୍ଗ ଅଞ୍ଚଳରେ ଭାରୀ ବର୍ଷା ହେଉଥିଲା। ଲଗାତାର ବର୍ଷାରେ ପାହାଡ଼ ମାଟି ଢିଲା ହୋଇଯିବା ପରେ ଅଚାନକ ଏକ ବଡ଼ ଭୂସ୍ଖଳନ ଘଟିଥିଲା। ପାହାଡ଼ରୁ ଖସିଥିବା ମାଟି ଓ ପଥର ପାଖପାଖି ଗାଁ ଉପରେ ମାଡ଼ି ଯାଇଥିଲା, ଯାହାଫଳରେ ଗାଁର ଅନେକ ଘର ସମ୍ପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇଯାଇଛି। ଏହି ଭୂସ୍ଖଳନରେ ଅନେକ ପରିବାର ସବୁକିଛି ହରାଇଥିବାବେଳେ, ଘଟଣାସ୍ଥଳରେ ଚାରିଆଡ଼େ ହାହାକାର ଦୃଶ୍ୟ ଦେଖାଯାଉଛି। ଅନେକ ଲୋକ ନିଜ ପରିବାର ଲୋକଙ୍କୁ ଖୋଜୁଥିବାବେଳେ,…

Read More