Author: TRUPTIMAYEE SAHOO

ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ସଭାପତି ହେବା କେବଳ ଏକ ବ୍ୟକ୍ତିଗତ ପଦୋନ୍ନତି ଭାବେ ନୁହେଁ, ବରଂ ଭାରତୀୟ ରାଜନୀତିରେ “ପିଢ଼ିଗତ ପରିବର୍ତ୍ତନ” ବୋଲି ଯାହାକୁ କୁହାଯାଉଛି। ସେହି ପରିପ୍ରେକ୍ଷୀରେ ବିଚାର କରିବା ନୀତିନ ନବୀନ ଓ ଭାରତୀୟ ରାଜନୀତିର ପିଢ଼ିଗତ ପରିବର୍ତ୍ତନର ସତ୍ୟ କ’ଣ ରହିଛି। ଭାରତର ରାଜନୀତି ଏମିତି ଏକ ଇତିହାସ ଧାରଣ କରେ, ଯେଉଁଠାରେ ପ୍ରତ୍ୟେକ ପିଢ଼ି ପରିବର୍ତ୍ତନ କେବଳ ନୂଆ ମୁହଁ ନେଇ ଆସିନାହିଁ; ସେମାନେ ନୂଆ ଭାଷା, ନୂଆ ଆକାଂକ୍ଷା ଓ ଅନେକ ସମୟରେ ନୂଆ ରାଜନୈତିକ ନୀତିକୁ ମଧ୍ୟ ଜନ୍ମ ଦେଇଛନ୍ତି। ଇତିହାସ ଦେଖିଲେ, ଜବାହରଲାଲ ନେହେରୁ ଓ ସୁଭାଷ ଚନ୍ଦ୍ର ବୋଷ ଏକ ସମୟରେ କଂଗ୍ରେସ ଦଳର “ଯୁବ ନେତା” ଥିଲେ। ସେମାନଙ୍କ ଉତ୍‍ଥାନ କେବଳ ବୟସ ଦୃଷ୍ଟିରୁ ନୁହେଁ, ଚିନ୍ତାଧାରାର ଦୃଷ୍ଟିରୁ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଥିଲା। ସେହି ପିଢ଼ି କଂଗ୍ରେସକୁ ବ୍ରିଟିଶ ଶାସନ ଅଧୀନରେ ସୀମିତ ରିହାତି…

Read More