Author: TRUPTIMAYEE SAHOO

ସୁନା ରେଟ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପାର ଦର ଆକାଶଛୁଆଁ ହୋଇଯାଇଥିବାରୁ ସାଧାରଣ ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି । ବିଶେଷକରି ବିବାହ ଓ ପର୍ବ–ପର୍ବାଣୀ ଋତୁକୁ ନଜରରେ ରଖି ସୁନା ଅଳଙ୍କାର କିଣିବା ପ୍ରସ୍ତୁତିରେ ଥିବା ଲୋକମାନେ ଏହି ଦରବୃଦ୍ଧିରେ ପଡ଼ିଛନ୍ତି। ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଦେଶର ବିଭିନ୍ନ ସହରର ଆଜିର ରେଟ୍ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୪୫,୪୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୧,୫୮,୬୨୦ ଟଙ୍କାକୁ ପହଞ୍ଚିଛି। ଗତଦିନ ତୁଳନାରେ ୨୨ କ୍ୟାରେଟ୍ ସୁନାରେ ୧,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାରେ ୧,୪୭୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍…

Read More