Author: TRUPTIMAYEE SAHOO

ବର୍ତ୍ତମାନ ସମୟରେ ହୃଦଘାତ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରାୟ ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ହୃଦଘାତରେ ମୃତ୍ୟୁ ସମ୍ବାଦ ଆସୁଛି । ଆଶ୍ଚର୍ଯ୍ୟର କଥା ହେଲା, ଏହି ଘଟଣାଗୁଡ଼ିକ କେବଳ ବୃଦ୍ଧବୟସ୍କଙ୍କ ମଧ୍ୟରେ ସୀମିତ ରହୁନାହିଁ ବରଂ ୨୦ ରୁ ୪୦ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି । ଚଲାବୁଲା କରୁଥିବା, ଖିଆପିଆ କରୁଥିବା କିମ୍ବା ସାଧାରଣ କାମ କରୁଥିବା ସମୟରେ ହଠାତ୍ ହୃଦଘାତ ହୋଇ ମୃତ୍ୟୁ ହେବା ଲୋକମାନଙ୍କୁ ଆତଙ୍କିତ କରୁଛି । ପୂର୍ବରୁ ହୃଦଘାତକୁ ବାର୍ଦ୍ଧକ୍ୟ ସହ ଜଡ଼ିତ ଏକ ରୋଗ ବୋଲି ଧରାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଫିଟ୍ ଦେଖାଯାଉଥିବା, ଜିମ୍ ଯାଉଥିବା, ସେଲିବ୍ରିଟି ଓ କ୍ରୀଡ଼ାବିଦ୍‌ମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି । ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଆଧୁନିକ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ଅତ୍ୟଧିକ ମାନସିକ ଚାପ। ଯୁବବୟସରେ…

Read More