Author: TRUPTIMAYEE SAHOO

ବିଜୁ ଜନତା ଦଳ ଏବେ ଆଉ ଏକ ସାଧାରଣ ରାଜନୈତିକ ଦଳ ନୁହେଁ ; ଏହା ଏକ ଭୟ-ନିର୍ଭର ପ୍ରଣାଳୀରେ ପରିଣତ ହେଉଛି—ଯେଉଁଠାରେ ନିଲମ୍ବନ ହେଉଛି ଶାସନର ଅସ୍ତ୍ର, ନ୍ୟାରେଟିଭ୍ ହେଉଛି ନିୟନ୍ତ୍ରଣର ଉପାୟ, ଆଉ ନିରବତା ହେଉଛି ଟିକି ରହିବାର ଏକମାତ୍ର ରାସ୍ତା । ପ୍ରଶ୍ନ ହେଉଛି—ଡରରେ ଆଉ କେତେ ନିଲମ୍ବନ କରିବେ ନବୀନ ପଟ୍ଟନାୟକ ? ସମ୍ପ୍ରତି ଦୁଇ ଜଣ ବିଧାୟକଙ୍କ ନିଲମ୍ବନକୁ ନେଇ ଯେଉଁ ‘ଷଡ଼ଯନ୍ତ୍ର କାହାଣୀ’ ପ୍ରଚାର କରାଯାଉଛି—ବିଜେଡି ଭାଙ୍ଗିବା ପାଇଁ ଡିଲ୍, ଗୁପ୍ତ ମିଟିଂ, ଅଦୃଶ୍ୟ ଚୁକ୍ତି—ସେସବୁ ଅସଲରେ ରାଜନୀତିର ସତ୍ୟ ନୁହେଁ ବରଂ ଭୟ ଉତ୍ପାଦନ କରିବାର ଏକ ଯୋଜନାବଦ୍ଧ ନ୍ୟାରେଟିଭ୍ । ଷଡ଼ଯନ୍ତ୍ର କାହାଣୀର ମୂଳ : କିଏ, କାହିଁକି, କେମିତି? ବିଜେଡି ଭାଙ୍ଗିବାକୁ ନେଇ ଯେଉଁ କାହାଣୀ ଚାଲିଛି, ସେଠାରେ ମୁଖ୍ୟ ଚରିତ୍ର ଭାବେ ଉପସ୍ଥାପିତ କରାଯାଇଛନ୍ତି ବିଜୟ ମହାପାତ୍ର ଓ ସନାତନ ମହାକୁଡ଼ । କୁହାଯାଉଛି—ଦୁହେଁ…

Read More