Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ ଏବେ ଏକ ଅଜବ ସମୟ । ବିଜୁ ଜନତା ଦଳ ନା ଶାସନରେ, ନା ସ୍ପଷ୍ଟ ବିରୋଧରେ—ବରଂ ଏକ ଭିତରୁ ଭାଙ୍ଗୁଥିବା ଅସ୍ଥିରତାରେ ଅଟକି ଯାଇଛି। ଏହି ଅସ୍ଥିରତାର ମଧ୍ୟବର୍ତ୍ତୀରେ ଅଛନ୍ତି ନବୀନ ପଟ୍ଟନାୟକ —ଯିଏ ଦୀର୍ଘ ସମୟ ଧରି ନିରବ, ନିଷ୍କ୍ରିୟ ଓ ଦୂରେ ଥିଲେ କିନ୍ତୁ ହଠାତ୍ ରାଜ୍ୟସଭା ନିର୍ବାଚନ ଆସିବା ସହ ସକ୍ରିୟ ହୋଇ ଉଠିଛନ୍ତି। ପ୍ରଶ୍ନ ହେଉଛି—ଏହି ସକ୍ରିୟତା କ’ଣ ଦଳକୁ ବଞ୍ଚାଇବା ପାଇଁ, ନା ନିଜକୁ? କ୍ରସ୍‌ଭୋଟିଂର ଭୟ: ଅତୀତ ଯାହା ଭୁଲିହେବ ନାହିଁ ନବୀନ ପଟ୍ଟନାୟକ ଅତୀତକୁ ଭୁଲିନାହାନ୍ତି । ଦୁଇ ଦୁଇଟି ରାଜ୍ୟସଭା ନିର୍ବାଚନରେ—ତାଙ୍କର ସକ୍ରିୟତା ସତ୍ତ୍ୱେ—ଦଳ ମଧ୍ୟରୁ କ୍ରସ୍‌ଭୋଟିଂ ହୋଇଥିଲା । ସେହି ଘଟଣାଗୁଡ଼ିକ ତାଙ୍କ ରାଜନୈତିକ ମନରେ ଗଭୀର ଆଘାତ ଛାଡ଼ିଛି । ଏଥର ଚାରିଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ । ଗଣିତର ଦୃଷ୍ଟିରୁ ବିଜେଡି ନିକଟରେ ପର୍ଯ୍ୟାପ୍ତ ବିଧାୟକ ଅଛନ୍ତି—ଜଣେ…

Read More