Author: TRUPTIMAYEE SAHOO

ଦେଶର ୬୧,୦୦୦ରୁ ଅଧିକ ଯୁବକ ଓ ଯୁବତୀଙ୍କ ପାଇଁ ଆଜିର ଦିନଟି ଏକ ସ୍ମରଣୀୟ ମୁହୂର୍ତ୍ତ ଭାବେ ଇତିହାସରେ ଲିପିବଦ୍ଧ ହୋଇଛି । ୧୮ତମ ‘ରୋଜଗାର ମେଳା’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏହି ନିଯୁକ୍ତି ପତ୍ରଗୁଡ଼ିକ କେନ୍ଦ୍ର ସରକାରର ବିଭିନ୍ନ ବିଭାଗରେ ଯୁବପିଢ଼ିଙ୍କୁ ଚାକିରିର ସୁଯୋଗ ପ୍ରଦାନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଏହି ନିଯୁକ୍ତି ପତ୍ର କେବଳ ଏକ ଚାକିରି ନୁହେଁ, ବରଂ ‘ବିକଶିତ ଭାରତ’ ଗଠନ ପାଇଁ ଯୁବପିଢ଼ିଙ୍କୁ ମିଳୁଥିବା ଏକ ଆମନ୍ତ୍ରଣ ପତ୍ର । ଦେଶର ଭବିଷ୍ୟତ ଗଢ଼ିବାରେ ଯୁବମାନେ ମୁଖ୍ୟ ଭୂମିକା ନିର୍ବାହ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦିନର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି । ଆଜିର ଦିନରେ ହିଁ ‘ଜନ ଗଣ…

Read More